ଏହି ଅଭିନେତ୍ରୀଙ୍କ ସହ ଘୃଣ୍ୟ କାମ କରିଥିଲେ ଆମୀର ଖାନ୍‌

୧୯୯୦ ମସିହାରେ ଆମୀର ଖାନ୍‌ ଏବଂ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ଦିଲ୍‌’ ରିଲିଜ୍‌ ହୋଇଥିଲା। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲେ। ସେହି ସମୟରେ ‘ଦିଲ୍‌’ ବ୍ଲକବାଷ୍ଟର ସାବ୍ୟସ୍ତ ହୋଇଥିଲା। ଏଥିରେ ଆମୀର ଏବଂ ମାଧୁରୀଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏବେ ଏହାର ରିମେକ୍‌ ତିଆରି ହେବ ଏବଂ ପୁଣିଥରେ ଆମୀର-ମାଧୁରୀଙ୍କ ଯୋଡିଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି।
ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଈନ୍ଦ୍ର କୁମାର ଏବଂ ଭୂଷଣ କୁମାର ଏକତ୍ର ଏହାର ରିମେକ୍‌ କରିବେ। ଖୁବ୍‌ଶୀଘ୍ର ଏ ନେଇ ସେ ସ୍ପଷ୍ଟ କରିପାରନ୍ତି। ତେବେ ଖୁବ୍‌ କମ୍‌ ଲୋକ ଜାଣିଥିଲେ ଯେ, ଫିଲ୍ମ ‘ଦିଲ୍‌’ର ଶୁଟିଂ ସମୟରେ ଆମୀର ମାଧୁରୀଙ୍କ ସହ ଏକ ଘୁଣ୍ୟ କାମ କରିଥିଲେ। ଯେଉଁଥିପାଇଁ ରାଗରେ ମାଧୁରୀ ତାଙ୍କୁ ମାଡ଼ ମାରିବା ପାଇଁ ଗୋଡାଇଥିଲେ।
ଫିଲ୍ମର ଶୁଟିଂ ସମୟରେ ଆମୀର ହାତ ଦେଖି ଭବିଷ୍ୟବାଣୀ କରିପାରନ୍ତି ବୋଲି ଥଟ୍ଟାରେ ମାଧୁରୀଙ୍କୁ କହିଥିଲେ। ମାତ୍ର ମାଧୁରୀ ଏହାକୁ ସତ ଭାବି ନିଜ ହାତ ଦେଖାଇଥିଲେ। ତାଙ୍କର ହାତ କିଛି ସମୟ ଦେଖିବା ପରେ ଆମୀର ଛେପ ପକାଇ ଦେଇଥିଲେ। ଏଥିରେ ମାଧୁରୀ ରାଗିଯାଇ ତାଙ୍କୁ ମାଡ଼ ମାରିବା ପାଇଁ ଗୋଡାଇଥିଲେ। ଏକ ଟକ୍‌ ଶୋ’ରେ ନିଜେ ମାଧୁରୀ ଏହା କହିଥିଲେ।

Share