ବାହା ହେଲେ ଆମିର!

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ପଟେ ସେ ତାଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ବିବାହ ଖବର ତାଙ୍କ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ଶୁଣିବାକୁ ମିଳୁଛି କି ଆମିର ତାଙ୍କ କୋ ଷ୍ଟାର ଫାତିମା ସନା ଶେଖଙ୍କୁ ବିବାହ କରି ସାରିଛନ୍ତି । ସୋସିଆଲ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆମିରଙ୍କ ଝିଅ ଇରାଙ୍କ ବୟାନକୁ ନେଇ ଏମିତି ଖବର ସାମ୍ନାକୁ ଆସିଛି । ଇରା କୁଆଡେ କହୁଛନ୍ତି, ତାଙ୍କ ପିତା ଆମିର ଖାଁ ଝିଅ ବୟସର ଅଭିନେତ୍ରୀ ଫାତିମାଙ୍କୁ ବିବାହ କରିଛନ୍ତି । ହେଲେ ଏ ସମ୍ପର୍କରେ ଫାତିମା କିମ୍ବା ଆମିରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ । ସୂଚନାଯୋଗ୍ୟ, ଆମିର ପ୍ରଥମେ ୧୯୮୬ରେ ରିନା ଦତ୍ତଙ୍କୁ ବିବାହ କରିଥିବା ବେଳେ ୨୦୦୨ରେ ଏମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଆଉ ଏହାର ଠିକ୍ ୩ ବର୍ଷ ପରେ ଅର୍ଥାତ୍ ୨୦୦୫ରେ ଆମିର ବିବାହ କଲେ କିରଣ ରାଓଙ୍କୁ । ଏହି ବିବାହ ବି ବେଶୀଦିନ ତିଷ୍ଠି ପାରିଲା ନାହିଁ । ଚଳିତ ବର୍ଷ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହୋଇଯିବା ସହ ପ୍ରସଂଶକଙ୍କୁ ନିରାଶ କରିଥିଲେ । କିନ୍ତୁ ଆମିର-କିରଣ ଏକାଠି ସେମାନଙ୍କ କମ୍ପାନୀ ବୁଝିବା ସହ ଏକାଠି ପିଲାର ଯତ୍ନ ନେବେ ବୋଲି କହିଥିଲେ ।
ଏବେ ଆମିର ଓ ଫାତିମାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ପୂର୍ବରୁ କିନ୍ତୁ ଫାତିମା କହିଥିଲେ ମୋ ନାଁରେ ଭୁଲ ଖବର ପ୍ରଚାର ପ୍ରସାର କରାଯାଉଛି । ସଠିକ ଖବର ନ ଜାଣି ଏମିତି ଭୁଲ ତଥ୍ୟ ଦେବା ଆଦୌ ଠିକ ନୁହେଁ ବୋଲି ଫାତିମା କହିଥିଲେ । ତେଣୁ ଆମିର ଓ ଫାତିମାଙ୍କ ବିବାହରେ କେତେ ସତ୍ୟତା ରହିଛି ତାହା କେବଳ ସମୟ ଆସିଲେ ଜଣାପଡିବ ।

Share