Advertisement

ତୁର୍କିର ଫାଷ୍ଟ ଲେଡିଙ୍କୁ ଭେଟିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବେଶ୍‌ କିଛିଦିନ ବିରତି ପରେ ଏବେ ଶୁଟିଂ ସେଟ୍‌ରେ ନଜର ଆସିଛନ୍ତି। କରୋନା ଭାଇରସ ଯୋଗୁ ବଲିଉଡ୍‌ରେ ଶୁଟିଂ ବନ୍ଦ ଥିବା ବେଳେ ଏବେ ଆମରି ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ଶୁଟିଂ ପାଇଁ ତୁର୍କି ଗସ୍ତ କରିଛନ୍ତି। ଏହି ଶୁଟିଂ ସମୟରେ ସେ ତୁର୍କିର ଫାଷ୍ଟ ଲେଡି ଏମିନ ଏର୍ଦ୍ଦୋଗାନଙ୍କ ସହ ସାକ୍ଷାତ୍‌ କରିଛନ୍ତି। ତେବେ ସାକ୍ଷାତ୍‌କାର ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଗୁଡିକୁ ନିଜେ ତୁର୍କିର ଫାଷ୍ଟ ଲେଡି ଶେୟାର କରି ଲେଖିଛନ୍ତି, ଆମିରଙ୍କ ସହ ସାକ୍ଷାତ୍‌କାର ମୋତେ ଖୁସି ଦେଇଛି। ବିଶ୍ୱରେ ସମ୍ମାନୀତ ହୋଇଥିବା ଭାରତୀୟ କଳାକାର, ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଇସ୍ତାନବୁଲରେ ଅଛନ୍ତି ଦେଖି ମୋତେ ଖୁବ୍‌ ଖୁସି ଲାଗିଥିଲା। ଏହାସହ ଆମିର ଖାଁ ତାଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ଶୁଟିଂ ତୁର୍କିର ବିଭିନ୍ନ ସ୍ଥାନରେ କରିଥିବାରୁ ମୁଁ ଏହି ଫିଲ୍ମ ଦେଖିବାକୁ ଅପେକ୍ଷା ରଖିବି ବୋଲି ତୁର୍କିର ଫାଷ୍ଟ ଲେଡି ଏର୍ଦ୍ଦୋଗାନ ପ୍ରକାଶ କରିଛନ୍ତି। ଫଟୋ ଗୁଡିକରେ ଆମିର ‘ଲାଲ ସିଂ ଚଡ୍ଡା’ର ଲୁକ୍‌ରେ ନଜର ଆସିଛନ୍ତି। ଧଳା କେଶ ସହ ତାଙ୍କର ଷ୍ଟ୍ରଙ୍ଗ ବଡି ବି ପ୍ରଶଂସକଙ୍କ ମନ କିଣିଛି। କେବଳ ଏହି ଫିଲ୍ମ ପାଇଁ ଆମିର ଏମିତି ବଡି ବନାଇଥିବା କୁହାଯାଏ। ଏହି ଫିଲ୍ମର କିଛି ଅଂଶ ପଞ୍ଜାବରେ ଶୁଟିଂ କରାଯାଇଥିବା ବେଳେ ଏଥିରେ ଆମିରଙ୍କ ଅପୋଜିଟରେ ଅଛନ୍ତି କରିନା କପୁର। ଚଳିତ ବର୍ଷ ଡିସେମ୍ବରରେ ଏହା ରିଲିଜ୍‌ ହେବାକୁ ଥିବା ବେଳେ ଏବେ କିନ୍ତୁ ୨୦୨୧ ମସିହାକୁ ଏହାର ରିଲିଜ୍‌ ଡେଟ୍‌ ଘୁଞ୍ଚାଇ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share