ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ବାବଦରେ ଦେଇଥିଲେ ଏତିକି ଟଙ୍କା ଦେଇଥିଲେ ଅମିର ଖାନ୍‌

ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୧୫ ବର୍ଷ ପୂର୍ବେ ଅମିର ଏବଂ କିରଣ ବିବାହ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅମିର ତାଙ୍କର ପ୍ରଥମ ସ୍ତ୍ରୀ ରୀନା ଦତ୍ତଙ୍କୁ ଭରଣପୋଷଣ ବାବଦରେ ୫୦ କୋଟି ଟଙ୍କା ଦେଇଥିଲେ। ଅମିର ପ୍ରଥମ ସ୍ତ୍ରୀଙ୍କୁ ଏବେ ପରିମାଣର ଟଙ୍କା ଦେଇଥିବାବେେଳେ ଏବେ କିରଣଙ୍କୁ କେତେ ଟଙ୍କା ଦେବେ ଏବେ ତାହା ଚର୍ଚ୍ଚାର ବିଷୟ ହୋଇଛି। ରୀନାଙ୍କ ସହ ଅମିରଙ୍କର ୧୬ ବର୍ଷର ସମ୍ପର୍କ ଥିଲା। ଏହା ପରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ। କୁହାଯାଏ କିରଣ ଅମିର ଙ୍କଠାରୁ ୧୦ ବର୍ଷ ସାନ ଥିଲେ। ପ୍ରଥମ ସ୍ତ୍ରୀଙ୍କ ଇରା ଏବଂ ଜୁନୈଦ ଖାନ ନାମରେ ଦୁଇଟି ସନ୍ତାନ ଥିବାବେଳେ କିରନଙ୍କ ଆଜାଦ ନାମରେ ଏକ ପୁଅ ଅଛି। ଯଦିଓ ସ୍ତ୍ରୀଙ୍କୁ ଅମିର ଛାଡପତ୍ର ଦେଇଥିଲେ କିନ୍ତୁ ଉଭୟ ଏବେ ମଧ୍ୟ ଭଲ ବନ୍ଧୁ ଅଟନ୍ତି। ଘରେ ପାର୍ଟି ଥିଲେ ରୀନା ମଧ୍ୟ ଉପସ୍ଥିତ ଥାନ୍ତି। କିରଣ ଏବଂ ରୀନା ମଧ୍ୟ ଭଲ ବନ୍ଧୁ।

Share