ଘରକୁ ଆସି କାନ୍ଦୁଥିଲେ ଅମିର ଖାଁ, ଜାଣନ୍ତୁ କାହିଁକି

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାଁ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦର୍ଶକ ମଧ୍ୟ ଅମିରଙ୍କ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ପ୍ରତ୍ୟେକଥର ଦର୍ଶକଙ୍କୁ ନିଆରା ଫିଲ୍ମ ଭେଟି ଦେଉଥିବା ଅମିରଙ୍କ ପାଇଁ ଫିଲ୍ମ ଜଗତରେ ଆରମ୍ଭ କରିବା ଆଦୌ ସହଜ ନ ଥିଲା। ନିକଟରେ ଅମିର ଖାଁ ବେନେଟ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ତାଙ୍କ କ୍ୟାରିୟର ସହ ଜଡିତ ଅନେକ କଥା କହିଥିଲେ। ଅମିର ତାଙ୍କ କ୍ୟାରିଅର ଦିନଗୁଡ଼ିକୁ ସ୍ମରଣ କରି କହିଥିଲେ, ‘କୟାମତ୍‌ ସେ କୟାମତ୍‌’ ଫିଲ୍ମର ୨ ବର୍ଷ ପରେ ମୋ ପାଇଁ ଅଧିତ୍କ କଠିନ ଥିଲା। ସେତେବେଳେ ସବୁ ନିର୍ଦ୍ଦେଶକ ମୋ ପାଇଁ ନୂଆ ଥିଲେ। ଗଣମାଧ୍ୟମରେ ମୋ ଫିଲ୍ମକୁ ନେଇ ଫ୍ଲପ୍‌ ହେବ ବୋଲି ଆଲୋଚନା ହୋଇଥିଲା। ଏହି ଖବରକୁ ନେଇ ମୁଁ ବହୁତ ଦୁଃଖିତ ଥିଲି। ଶୁଟିଂରୁ ପ୍ରତିଦିନ ଘରକୁ ଫେରି କାନ୍ଦୁଥିଲି। ସେହି ସମୟରେ ମୋତେ ଲାଗିଥିଲା ମୋ କ୍ୟାରିୟର ଯେମିତି ଶେଷ ହୋଇଯିବ। କିନ୍ତୁ ପରେ ସବୁକିଛି ଠିକ୍‌ ହୋଇଯାଇଥିଲା ବୋଲି ଅମିର କହିଛନ୍ତି।

Share