ସାଉଥ୍‌ର ଏହି ସୁନ୍ଦରୀଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିବେ ଆମିରଙ୍କ ବଡ ପୁଅ ଜୁନୈଦ !

ବମ୍ବେ: ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ନାମରେ ଖ୍ୟାତ ଆମିର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌। ସେ ୟଶରାଜ ଫିଲ୍ମସ୍‌ର ଏକ ପିରିୟଡ୍‌ ଡ୍ରାମା ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଶର୍ବରୀ ବାଘ ନଜର ଆସିବେ। ଏବେ ଏହାର ଶୁଟିଂ ଶେଷ ପର୍ଯ୍ୟାୟରେ ଥିବା ବେଳେ ଏବେ ଜୁନୈଦଙ୍କ ହାତରେ ଲାଗିଛି ଆଉ ଏକ ରୋମାଣ୍ଟିକ ଫିଲ୍ମ। ଫିଲ୍ମରେ ସାଉଥ୍‌ର ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ ତାଙ୍କ ନାୟିକା ସାଜିବେ ବୋଲି କୁହାଯାଉଛି। ବଲିଉଡରେ ସାଇଙ୍କ ଏହା ଡେବ୍ୟୁ ଚଳଚ୍ଚିତ୍ର ହେବ। ଆଧିକାରିକ ଭାବେ ଫିଲ୍ମ ନେଇ କୌଣସି ଘୋଷଣା ହୋଇ ନ ଥିଲେ ହେଁ ଜୁନୈଦ ନିଜର ବଡି ଟ୍ରାନ୍ସଫର୍ମେଶନ କରିଛନ୍ତି। ଏଣୁ ସେ ଏବେଠୁ ଫିଲ୍ମ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି।

Share