ବାତ୍ୟାରେ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଲେ ଆମିର ଖାଁ; ପାଣି କି ବିଜୁଳି ମିଳିଲା ନାହିଁ…

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଥିଲେ ସେ। ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଏବେ ଏହାକୁ ନେଇ କିଛି ଫଟୋ ଭାଇରାଲ ହେଉଛି।

ଆମିର ମୁମ୍ବାଇରେ ରହୁଥିଲେ ହେଁ ମା’ ଜୀନତ୍‌ଙ୍କ ଚିକିତ୍ସା ଲାଗି ଚେନ୍ନାଇ ଯାଇଥିଲେ। ସେଠାରେ କରପକ୍କମ ସହରରେ ସେ ରହୁଥିଲେ। ମାତ୍ର ବାତ୍ୟା ସମୟରେ ସେ ଦକ୍ଷିଣ ଭାରତୀୟ ଅଭିନେତା ବିଷ୍ଣୁ ବିଶାଳଙ୍କ ସହ ଫସି ଯାଇଥିଲେ। ସେତେବେଳେ ତାଙ୍କୁ ପାଣି କିମ୍ବା ବିଜୁଳି ମିଳି ନ ଥିଲା। ବିଷ୍ଣୁ ତାଙ୍କୁ ଉଦ୍ଧାର ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଆମିର ନଜର ଆସିଛନ୍ତି। ତାଙ୍କୁ ଉଦ୍ଧାର କରିଥିବାରୁ ସେ ରାଜ୍ୟ ସରକାରଙ୍କ ସହ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି।

Share