ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ରିଲିଜ୍‌ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ ଆମୀର ଖାନ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ବିଗତ କିଛି ଦିନ ହେବ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ ଉପରେ ଆଧାରିତ ଏହି ସିନେମା ପାଇଁ ଆମୀର କଠିନ ପରିଶ୍ରମ କରୁଛନ୍ତି। ଇତି ମଧ୍ୟରେ ଆମୀର ନିଜର ମୋବାଇଲ ଫୋନ ବନ୍ଦ କରିଦେଇଛନ୍ତି। କାରଣ ମୋବାଇଲ ତାଙ୍କ କାମରେ ବାଧା ସୃଷ୍ଟି କରୁଥିବା ସେ ଅନୁଭବ କରିଛନ୍ତି। ସେ ନିଜ ଫିଲ୍ମ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ତେଣୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆମୀରଙ୍କ ଅଧିକାଂଶ ଫିଲ୍ମ ଖୀଷ୍ଟମାସ ଅବସରରେ ରିଲିଜ୍‌ ହୋଇଥାଏ। ୨୦୨୧ରେ ମଧ୍ୟ ସେ ଏହି ପରମ୍ପରାକୁ ବଜାୟ ରଖିବେ ଏବଂ ଏହି ଅବସରରେ ଲାଲ ସିଂ ଚଢ଼ା ରିଲିଜ୍‌ ହେବ। ଖ୍ରୀଷ୍ଟମାସ ଅବସରରେ ରିଲିଜ୍‌ ହେଉଥିବା ତାଙ୍କର ପ୍ରତ୍ୟେକ ଫିଲ୍ମ ଶତ ପ୍ରତିଶତ ହିଟ୍‌ ହେଉଛି। ସେ ଫିଲ୍ମ ପିକେ ହେଉ ଅବା ଦଙ୍ଗଲ, ଧୁମ୍‌ ୩, ତାରେ ଜମିନ୍‌ ପର, ଗଜନୀ ଆଦି।

Share