ବିଗ୍‌ ବଜେଟ ଫିଲ୍ମ ପାଇଁ ଖ୍ରୀଷ୍ଟମାସ ସ୍ଲଟ ଛାଡ଼ିଲେ ଅମିର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅମିର ଖାନଙ୍କ ଫିଲ୍ମ ସାଧାରଣତଃ ଖ୍ରୀଷ୍ଟମାସରେ ରିଲିଜ ହୁଏ। କିନ୍ତୁ ଚଳିତ ବର୍ଷ ଖ୍ରୀଷ୍ଟମାସରେ ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢ଼ା’ ରିଲିଜ ହେବ ନାହିଁ। ଏହି ଫିଲ୍ମକୁ ୨୦୨୨ ଭାଲେନଟାଇନ୍ସ ଅବସରରେ ରିଲିଜ କରାଯିବ ବୋଲି ପ୍ରଡକଶନ୍ସ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ଲାଲ ସିଂ ଚଢ଼ାରେ ଅମିରଙ୍କ ସହ କରିନା, ନାଗା ଚଇତନ୍ୟ ଓ ମୋନା ସିଂ ଅଛନ୍ତି। ଏହି ଫିଲ୍ମର ଡେଟ୍‌ ଘୁଞ୍ଚିଯିବାରୁ ଖ୍ରୀଷ୍ଟମାସ ଛୁଟିରେ ରଣବୀର ସିଂଙ୍କ ବିଗ୍‌ ବଜେଟ୍‌ ଫିଲ୍ମ ‘୮୩’ ରିଲିଜ ହେବ ବୋଲି ନିଶ୍ଚିତ ହୋଇଛି। ଏ ନେଇ ରଣବୀର ନିଜ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ନୂଆ ଫଟୋ ଶେୟାର କରି ସୂଚନା ଦେଇଛନ୍ତି।

‘ଚଳିତ ବର୍ଷ ଖ୍ରୀଷ୍ଟମାସ ଛୁଟିରେ ୮୩ ରିଲିଜ ହେବ। ଏହା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମରେ ଭାଷାରେ ରିଲିଜ ହେବ’ ବୋଲି ସେ କ୍ୟାପଶନରେ ଲେଖିଛନ୍ତି।

Share