‘ଝୁଣ୍ଡ୍‌’ ଦେଖି ଭାବପ୍ରବଣ ହେଲେ ଅମୀର

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଆକାଶ ଥୋସର ଷ୍ଟାରର ‘ଝୁଣ୍ଡ୍‌’ର ଏକ ସ୍କ୍ରିନିଂ ଭିଡିଓ ରିଲିଜ ହୋଇଛି। ଭେଟେରାନ ଅଭିନେତା ଆମୀର ଖାନ ଫିଲ୍ମର ସ୍କ୍ରିନିଂରେ ଯୋଗ ଦେଇଥିଲେ। ସ୍କ୍ରିନିଂ ଦେଖିବା ପରେ ସେ ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ଏପରିକି ‘ଝୁଣ୍ଡ୍‌’ ଦେଖି ସେ କାନ୍ଦି ପକାଇଥିଲେ। ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ ଏବଂ କାଷ୍ଟର ପ୍ରଶଂସା କରିଥିଲେ। ସେ ବିଶେଷ କରି ଶିଶୁ କଳାକାରଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଏପରିକି ସେ ଏହି ଫିଲ୍ମର ଟିମ୍‌କୁ ତାଙ୍କ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି।

Share