ଏଲି ଆବ୍ରାହମଙ୍କ ସହ ରୋମାନ୍ସ କରିବେ ଆମିର!

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ କିଛି କିଛି ବର୍ଷ ଅନ୍ତରରେ ବଡ ପରଦାରେ ନଜର ଆସିଥାଆନ୍ତି । ଆଉ ଯେବେ ସେ ବଡ ପରଦାରେ ନଜର ଆସିବାର ଖବର ଆସିଥାଏ ତା’ପରଠାରୁ ଫିଲ୍ମ ରିଲିଜ୍ ହେବା ପର୍ଯ୍ୟନ୍ତ ସେ ରୁହନ୍ତି ଚର୍ଚ୍ଚାରେ । ଶନିବାର ହଠାତ୍ ଆମରିଙ୍କର ଏକ ପୋଷ୍ଟର ସା୍‌ନାକୁ ଆସିବା ପରେ ଏବେ ଚର୍ଚ୍ଚା ଯୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏଲି ପୋଷ୍ଟରରୁ ଜଣାପଡିଛି ଯେ ଆମିର ଏଥର ଏଲି ଆବ୍ରହାମଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିବା ଏହି ପୋଷ୍ଟରକୁ ଟି-ସିରିଜ ତା’ ଇନଷ୍ଟାଗ୍ରାମ ୱାଲରେ ଶେୟାର କରିଛି । ଏହାସହ ସୂଚନା ରହିଛି କି ଏହା ଫିଲ୍ମ ‘କୋଇ ଜାନେ ନା’ର ଗୀତ ‘ହରଫନମୌଲା’ର ଲୁକ୍ । ଏହି ପୋଷ୍ଟରକୁ ଦେଖିବା ପରେ ସୋସିଆଲ ମିଡିଆ ଭ୍ୟୁୟର୍ସ ଖୁବ୍ କମେଣ୍ଟ କରୁଛନ୍ତି । ଏହାସହ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି କେବେ ଏହା ରିଲଜ୍ ହେବ । ଟି-ସିରିଜ ଏହାକୁ ଶ୍ରେୟାର କରିବା ପରେ କ୍ୟାପଶନରେ ଲେଖିଛି ‘ଚାରୋ ତରଫ ଫନ୍ ହୈ’ ଏହା ୧୦ ମାର୍ଚ୍ଚରେ ରିଲିଜ୍ ହେବ । ଏଥିରେ ଆମିରଙ୍କ ବନ୍ଧୁ ଅମିନ ହାଜି ଡାଇରେକ୍ଟର ଡେବ୍ୟୁ କରୁଛନ୍ତି । ଭୁଷଣ କୁମାର ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି । କୁହାଯାଉଛି କି ଏହା ଏକ ସାଇକୋଥ୍ରିଲର ଫିଲ୍ମ ।

Share