ଫିଲ୍ମକୁ ବାଏ ବାଏ କହିବେ ଅମିର ଖାନ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା, ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ଅମିର ଖାନ୍‌ଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ଦେଖିବାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଚଳିତବର୍ଷ ଅଗଷ୍ଟ ୧୧ରେ ବଡ଼ ପରଦାରେ ମୁକ୍ତିଲାଭ କରିବାର ଯୋଜନା ରହିଛି। । ଏହି ଫିଲ୍ମରେ କରୀନା କପୁରଙ୍କୁ ଅମିରଙ୍କ ସହ ଦେଖିବାକୁ ମିଳିବ। ୨୧୦୮ରେ ଆସିଥିବା ତାଙ୍କ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ପରେ ପ୍ରଶଂସକମାନେ ତାଙ୍କ ଅଭିନୟ ଦେଖିବାକୁ ଆଗ୍ରହୀ ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ‘ଲାଲ ସିଂ ଚଢ଼ା’ପରେ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅଭିନୟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଅମିର ବଲିଉଡ୍‌ର ଏପରି ଜଣେ ସୁପରଷ୍ଟାର ଯିଏ କି ଦୀର୍ଘଦିନ ଧରି ଇଣ୍ଡଷ୍ଟ୍ରିକୁ ଚମକାଇ ଆସିଛନ୍ତି। ୧୯୮୮ ମସିହାରେ ଯେତେବେଳେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସେତେବେଳେ ସେ ତାଙ୍କର ଚକୋଲେଟ ଲୁକ୍‌ ଏବଂ ଆକର୍ଷଣୀୟ ହସ ସହିତ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲେ॥ ଆଜି ୫୭ ବର୍ଷ ବୟସରେ ସେ ଏପରି ଏକ ଖୁଲାସା କରିଛନ୍ତି। ଯାହା ଶୁଣି ପ୍ରଶଂସକମାନେ ବ୍ୟଥିତ ହୋଇଛନ୍ତି। ଶନିବାର ମୁମ୍ବାଇରେ ଚାଲିଥିବା ଏକ ଉତ୍ସବରେ ଅମିର ନିଜର ମନକଥା ପ୍ରକାଶ କରିଥିଲେ। ସେ କହିଥିଲେ, ମୁଁ ମୋ’ ପିଲା ଏବଂ ପରିବାରକୁ ସମୟ ଦେଇପାରିନି। ତେଣୁ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଚାହୁଁଛି। ତେବେ ଏକଥା କେତେଦୂର ସତ ତାହା ସମୟ କହିବ।

Share