Advertisement

‘ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ…’

ବମ୍ବେ: ଫିଲ୍ମ ‘ଲାଲ୍‌ ସିଂ ଚଢ୍ଢା’ ପରେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସୁପରଷ୍ଟାର ଆମିର ଖାନ୍‌। ଏଣୁ ପ୍ରଶଂସକମାନେ ତାଙ୍କ ଫିଲ୍ମ କେବେ ଆସିବ ସେ ନେଇ ଚିନ୍ତିତ ଅଛନ୍ତି। ଯାହା କୁହାଯାଉଛି ଆମିର ଅଭିନୟ ସହ ପ୍ରଯୋଜନାରେ ମନୋନିବେଶ କରୁଛନ୍ତି। ଏମିତିରେ ସନି ଦେଓଲଙ୍କ ସହ ସେ ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଏବେ ତାଙ୍କର ଏକ ବୟାନ ସମସ୍ତ ପ୍ରଶଂସକଙ୍କ ନିଦ ହଜାଇଛି।

ନିକଟରେ ଏକ ସାକ୍ଷାତକାର ଦେଇଥିଲେ ଆମିର। ଏଥିରେ ସେ ଜୀବନ ଏବଂ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି। ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ… ଅଭିନେତାଙ୍କ ଏଭଳି କଥା ଚର୍ଚ୍ଚାରେ ରହିଛି। କେବଳ ଏତିକି ନୁହେଁ ଅଭିନେତା ନିଜର ଫିଲ୍ମକୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି।

ଆମିର କହିଛନ୍ତି, ମୁଁ ଜୀବନରେ କେବେ ଏକାଠି ୬ ଫିଲ୍ମ କରିନାହିଁ। ଯେତେବେଳେ ସିନେମା ଛାଡ଼ିଥିଲି ସେତେବେଳେ ଭାବିଥିଲି ଯେ ମୋ ପାଖରେ କାମ କରିବାକୁ ଆଉ ମାତ୍ର ୧୦ ବର୍ଷ ଅଛି। ସେମିତିରେ ଦେଖିଲେ ଜୀବନ ଉପରେ ଭରସା ନାହିଁ। ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ। ମୋ ପାଖରେ ଜିଇଁବା ଲାଗି କେବଳ ୧୦ ବର୍ଷ ଅଛି। ଏବେ ୫୯ ବର୍ଷ ହେଲାଣି। ଆଗାମୀ ୧୦ ବର୍ଷରେ ୭୦ ବର୍ଷର ହୋଇଯିବି। ସେତେବେଳ ଯାଏ ମୁଁ କାମ କରିପାରିବି କି ନାହିଁ ଜାଣେନା…ଏଣୁ ମୋତେ ପୂର୍ବରୁ ଆଉ ଭଲ କରିବାକୁ ହେବ ବୋଲି ଲାଗୁଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: amir khan