ରିଆଲିଟି ଶୋ’ରେ ଆମିର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମିର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ଆମିର ପ୍ରଥମ ଥର କୌଣସି ରିଆଲିଟି ଶୋ’ରେ ସାମିଲ ହେବାକୁ ଯାଉଛନ୍ତି। ବହୁ ଚର୍ଚ୍ଚିତ ଶୋ’ ‘କୌନ ବନେଗା କରୋଡପତି’ ମଞ୍ଚରେ ଆମିର ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ଏହାର ୧୪ତମ ସଂସ୍କରଣ ଅଗଷ୍ଟ ୭ରେ ବ୍ରଡ୍‌କାଷ୍ଟ ହେବ। ତେବେ ପ୍ରଥମ ଏପିସୋଡ଼ର ସ୍ପେଶାଲ ଶୋ’ରେ ଦେଶର ରିୟଲ ହିରୋମାନଙ୍କୁ ସାମିଲ କରାଯିବ। ଏଥିରେ ଆଥଲେଟଙ୍କଟାରୁ ଆରମ୍ଭ କରି ପୋଲିସ ଓ ସେନା ଅଧିକାରୀମାନେ ଯୋଗ ଦେବେ। ତେବେ ଏମାନଙ୍କ ଗ୍ରୁପ୍‌କୁ ଆମିର ଲିଡ୍‌ କରିବେ ବୋଲି ଖବର ପ୍ରକାଶ ପାଇଛି। ନିକଟରେ ଡ୍ୟାନ୍ସ ରିୟଲିଟି ସୋ ‘ଡ୍ୟାନ୍ସ ଦିୱାନା ଜୁନିଅୟର୍ସ’ ମଞ୍ଚରେ ଆମିର ନଜରକୁ ଆସିଥିଲେ।

Share