ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କୀ ବାତ୍‌’କୁ ଆମିରଙ୍କ ପ୍ରଶଂସା

ମୁମ୍ବାଇ: ନିକଟରେ ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ କନ୍‌କ୍ଲେଭରେ ଆମିର ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଭାରତୀୟଙ୍କ ମନରେ ଗଭୀର ପ୍ରଭାବ ପକାଉଛି। ମୋଦିଙ୍କ ଏପରି କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ। ଏନେଇ ଏଏନ୍‌ଆଇ ତା’ ଅଫିସିଆଲ ଟୁଇଟର ହାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ଆମିର ଉକ୍ତ କାର୍ଯ୍ୟକ୍ରମକୁ ମନୋଭରି ପ୍ରଶଂସା କରିଛନ୍ତି। ମନ୍‌ କୀ ବାତ୍‌ ମାଧ୍ୟମରେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଥା ହୋଇ ତା’ର ସମାଧାନ ହୋଇପାରୁଛି। ଦେଶର ଭବିଷ୍ୟତକୁ ନେଇ ଲୋକଙ୍କ ମତ କେଉଁ ଦିଗ ଆଡ଼କୁ ରହୁଛି, ତାହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ ହେଉଛି ବୋଲି ଆମିର କହିଛନ୍ତି।

Share