ଅଭିନୟକୁ ଫେରିଲେ ଆମିର

ମୁମ୍ବାଇ: କିଛିଦିନର ବିରତି ପରେ ଅଭିନେତା ଆମିର ଖାନ୍‌ ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ କାମ କରିବାକୁ ଆରମ୍ଭ କରିଛନ୍ତି। ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ଫ୍ଲପ ପରେ ସେ ଅଭିନୟରୁ ବିରତି ନେଇଥିଲେ। ସେ ଏହି ଅବକାଶ ସମୟରେ ପରିବାର ସହ ସମୟ ବିତାଉଥିଲେ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ତାଙ୍କ ହୋମ୍‌ ପ୍ରଡକ୍ସନରେ ନିର୍ମିତ ହେବ। ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିଲେ ମଧ୍ୟ ସେ ଆସନ୍ତା ୨୦୨୪ ଖ୍ରୀଷ୍ଟମାସ ଅର୍ଥାତ୍‌ ଡିସେମ୍ବର ୨୦ରେ ବଡ଼ ପରଦାକୁ ଫେରିବେ ବୋଲି କହିଛନ୍ତି। ଏ ବାବଦରେ ଆସନ୍ତା ଜାନୁୟାରୀ ୨୦ରେ ଆଉ କିଛି ସୂଚନା ଦେବେ। ଆମିରଙ୍କ ଏହି ଘୋଷଣା ପ୍ରଶଂସକଙ୍କ ମୁହଁରେ ଖୁସି ଆଣିଦେଇଛି। ବର୍ତ୍ତମାନ ସେମାନେ ଅଭିନେତାଙ୍କ ଫିଲ୍ମ ଘୋଷଣାକୁ ନେଇ ଅପେକ୍ଷାରେ ଅଛନ୍ତି। ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନ ଥିବାବେଳେ ଆମିର ଓଟିଟିରେ ବହୁତ ପ୍ରଶଂସିତ ହୋଇଥିଲା।

Share