ଶୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ହାତରେ ଛେପ ପକାଇଥିଲେ ଅମିର, ଆଉ ତା’ ପରେ

୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ହୋଇଥିଲା। ଆଜି ବି ଏହି ଫିଲ୍ମ ଏବଂ ଏହାର ଗୀତକୁ ଦର୍ଶକ ମନେ ରଖିଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା ଫିଲ୍ମର ଶୁଟିଂ ସହିତ ଜଡିତ।

ଶୁଟିଂ ସେଟ୍‌ରେ ହାତ ଦେଖିବା ବାହାନାରେ ଅମିର କିପରି ମାଧୁରୀଙ୍କ ସହ ଥଟ୍ଟା କରିଥିଲେ, ଏହା ସେ ଏକ ଚାଟ ଶୋରେ କହିଥିଲେ। ସେଟରେ ଏହି ଘଟଣା ବିଷୟରେ ଅମିର କହିଛନ୍ତି, ମାଧୁରୀ ମୋ ଉପରେ ବହୁତ ରାଗିଥିଲେ କାରଣ ମୁଁ ସେଟରେ ତାଙ୍କ ହାତ ଦେଖିବାର ଅଭିନୟ କରିଥିଲି। ତାଙ୍କୁ କହିଥିଲେ ଯେ, ତୁମେ ବହୁତ ନିର୍ବୋଧ, ଭାବପ୍ରବଣ ଏବଂ ଲୋକମାନେ ତୁମକୁ ବୋକା ବନେଇଛନ୍ତି। ଯେପରି ମୁଁ ବର୍ତ୍ତମାନ କରୁଛି । ଏବଂ ଏହା କହିବା ସମୟରେ ଅମିର ତାଙ୍କ ହାତରେ ଛେପ ପକାଇଥିଲେ।
ଅମିରଙ୍କ ଏହି ଥଟ୍ଟାରେ ମାଧୁରୀ ଅତ୍ୟଧିକ ରାଗିଯାଇଥିଲେ ଏବଂ ସେ ହକି ଷ୍ଟିକ୍‌ ଧରି ଅମିରଙ୍କୁ ଗୋଡାଇଲେ। ମାଧୁରୀ ଟୁଇଟରରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏହା ମଧ୍ୟ କହିଥିଲେ।

Share