ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥିଲା। ସକାଳୁ ସକାଳୁ ଆମିରଙ୍କ ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ଭିଡ ଦେଖିବାକୁ ମିଳିଛି। ଆମିର ପ୍ରାୟ ୪ ବର୍ଷ ପରେ ସିନେମା ଜଗତକୁ ଫେରିଛନ୍ତି। ଆଉ ତାଙ୍କ ଫିଲ୍ମକୁ ନେଇ ମଧ୍ୟ କ୍ରେଜ୍‌ ରହିଥାଏ। ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଟମ ହ୍ୟାଙ୍କ୍‌ଙ୍କ ଅଭିନୀତ ହଲିଉଡ ଫିଲ୍ମ ଫରେଷ୍ଟ ଗୁମ୍ପର ଏହା ହେଉଛି ହିନ୍ଦୀ ରିମେକ୍‌। ଯାହାକୁ ଅଦୈତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି।

ଅନ୍ୟପଟେ, ଫିଲ୍ମ ରିଲିଜ୍‌ ପୂର୍ବରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏମିତି କି ବୟକଟ ମଧ୍ୟ ଦାବି ହେଉଥିଲା। ଯାହାକୁ ନେଇ ଆମିର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଫିଲ୍ମକୁ ବୟକଟ ନ କରିବାକୁ ଅନୁରୋଧ କରୁଥିଲେ। ଶେଷରେ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ରିଲିଜ୍‌ ହୋଇଛି।

Share