Categories: ଜାତୀୟ

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି(ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଶନିବାର ଏଏପି ସୂଚନା ଦେଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଡିଆ କହିଛନ୍ତି, ଦିଲ୍ଲୀରେ କଂଗ୍ରେସକୁ ୩ଟି ଆସନ ଦେବା ଅର୍ଥ ହେଉଛି ଭାଜପାକୁ ୩ଟି ଆସନ ଦେବା। ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୪:୩ ଆସନ ବୁଝାମଣା ଫର୍ମୁଲାକୁ ନେଇ ପ୍ରଶ୍ନ କରାଯିବାରୁ ସେ ଏମିତି ଉତ୍ତର ରଖିଛନ୍ତି।

Share