Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଏଏପି ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ, ୧୪।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଆମ୍ ଆଦମୀ ପାର୍ଟିକୁ ଭାରି ପଡିଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଏଏପିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିଭଳି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ସମାନ ପ୍ରସଙ୍ଗରେ ନୋଟିସ ଦେଇଛନ୍ତି ନିର୍ବାଚନ ଆୟୋଗ। ନଭେମ୍ବର ୧୬ ସୁଦ୍ଧା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗର ଜବାବ ଦେବାକୁ ନିର୍ବାଚନ ଆୟୋଗ ଦଳକୁ କହିଛନ୍ତି।

ଗତ ବୁଧବାର ଏଏପି ଏକ୍ସ(ଟୁଇଟର)ରେ ବ୍ୟବସାୟୀ ଗୌତମ ଆଦାନି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହା ପୂର୍ବରୁ ନଭେମ୍ବର ୧୦ ତାରିଖରେ ଭାଜପା ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ମୋଦିଙ୍କ ଏକ ଭିଡିଓ ସେୟାର କରିଥିଲା। ଏହାର ଆଗାମୀ ଦିନ ପାର୍ଟି ଆଦାନି ଏବଂ ମୋଦିଙ୍କ ଫଟୋ ସେୟାର କରି ଅଭିଯୋଗ ଲଗାଇଥିଲା ଯେ, ପ୍ରଧାନମନ୍ତ୍ରୀ ବ୍ୟବସାୟୀ ମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ନା ସାଧାରଣ ଲୋକଙ୍କ ପାଇଁ।

Share