Posted inଜାତୀୟ

ସନ୍ଦିପ୍‌ ପାଠକ ଏଏପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସନ୍ଦିପ ପାଠକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତି ଦେଇଛି। ପାଠକ ପଞ୍ଜାବ ଏବଂ ଗୁଜରାଟ ପାଇଁ ଏଏପିର ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ। ପଞ୍ଜାବରେ ଏହି ଦଳ ବିଜୟୀ ହୋଇ ସରକାର ଗଢ଼ିଥିବାରେ ସଫଳ ହୋଇଥିଲା। ତେବେ ଗୁଜରାଟରେ ସଦ୍ୟ ସମାପ୍ତ ନିର୍ବାଚନରେ ଏଏପିକୁ ମାତ୍ର ୫ଟି ଆସନ ମିଳିଥିଲା। ଗୁଜରାଟରେ ଦଳ ଅଧିକ ଆସନ ପାଇ ନ ଥିଲେ ମଧ୍ୟ ଆମକୁ ଜାତୀୟ ଦଳ ମାନ୍ୟତା ପାଇବାରେ ସହାୟକ ହୋଇପାରିଛି ବୋଲି ଏଏପି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଥିଲେ। ପାଠକ ଏଏପି ରାଜନୈତିକ ବ୍ୟାପାର କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପାଠକଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହୋଇ ନ ଥିଲା ଚର୍ଚ୍ଚା, ମହାୟୁତିର ଟେନସନ ବଢାଇଲେ ଅଜିତ ପାଓ୍ବାର!

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପାଞ୍ଚ ଦିନ ପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ବର୍ତ୍ତମାନ ବୟସ ଏତେ ଯେ ଯାହାକୁ ମୁଁ ବଞ୍ଚି ପାରିବି ନାହିଁ, ଜାଣନ୍ତୁ ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୨୮।୧୧: ନିକଟରେ ଏକ ସାକ୍ଷାତକାରରେ ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନ, ପିତା ମୁଲାୟମ ସିଂ ଯାଦବଙ୍କ ସହ ସମ୍ପର୍କ ଏବଂ...

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି।...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ...

ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି,୨୮ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟା ଭୋଟ୍‌ରେ ଜିତିଥିବା ହେମନ୍ତ ସୋରେନ ଗୁରୁବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ...

ମୁଁ ମୋଦି ସରକାରଙ୍କ ସହ ଅଛି, କାହିଁକି ଏମିତି କହିଲେ ମମତା

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାନସଭାରେ କହିଛନ୍ତି ଯେ ମୁଁ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯ୍ୟାତନା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଅଛି। ମମତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri