Categories: ଜାତୀୟ

କଂଗ୍ରେସ ଛାଡିବେ ନାହିଁ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ସିଂହ ଦେବ

ରାୟପୁର,୪ ।୪: ଛତିଶଗଡ଼ର ଶାସକ କଂଗ୍ରେସ ଓ ବିରୋଧି ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କ ରଖିବାକୁ ଆମ ଆଦମୀ ପାର୍ଟି ପ୍ରୟାସ ଜାରି ରଖିଛି । ଇତିମଧ୍ୟରେ ଖବର ଆସିଛି କି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍‌. ସିଂହଦେବଙ୍କ ସହ କୁଆଡେ ଆମ ଆଦମୀ ପାର୍ଟି(ଏଏପି) ସମ୍ପର୍କରେ ରହିଛି । ହେଲେ ସିଂ ଦେବଙ୍କ ପାଇଁ କଂଗ୍ରେସ ବ୍ୟତୀତ ଅନ୍ୟ କିଛି ଚିନ୍ତା କରିବା ମୁସ୍କିଲ । କାରଣ ତାଙ୍କ ପରିବାର ୫ ପିଢି ହେବ କଂଗ୍ରେସ ସହ ଯୋଡି ହୋଇ ରହିଛନ୍ତି । ଶନିବାର ରାୟପୁର ପ୍ରେସ କ୍ଲବରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନୌପଚାରିକ କଥାବାର୍ତ୍ତା ସମୟରେ ସିଂହ ଦେବ ଏହାକୁ ଏଡାଇ ଦେଇ ପାରି ନାହାନ୍ତି କି ଏଏପି ତାଙ୍କ ସହ ସମ୍ପର୍କରେ ରହିଛି ବୋଲି ।
ସିଂ ଦେବ କହିଛନ୍ତି, ମୁଁ ଅରବିନ୍ଦ କେଜରିୱାଲଙ୍କ ସହ ସମ୍ପର୍କରେ ଆସି ନାହିଁ, ହେଲେ ଏହା ବି ସତ ଯେ ରାଜନୀତିରେ ବହୁତ ଲୋକ ସମ୍ପର୍କରେ ରହିଥାଆନ୍ତି । ଏମିତି ନାହିଁ ଯେ ମୋତେ କେହି ସାକ୍ଷାତ୍ କରି ନାହାନ୍ତି । ହେଲେ ମୋର ଉତ୍ତର ହେଉଛି ମୋ ପରିବାର ୫ ପିଢି ହେବ କଂଗ୍ରେସ ସହ ଜଡିତ । ତେଣୁ ଏହା ଆଗକୁ ମୁଁ ଚିନ୍ତା କରିପାରିବି ନାହିଁ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଇଁ ମୋ ମନରେ ସମ୍ମାନ ରହିଛି ।

Share