Categories: ଜାତୀୟ

ରାହୁଲଙ୍କ ଜଳଖିଆ ଚର୍ଚ୍ଚାରୁ ଏଏପି-ବିଏସ୍‌ପି ବାହାର…

ନୂଆଦିଲ୍ଲୀ,୩।୮: ଉତ୍ତରପ୍ରଦେଶ ନିର୍ବାଚନ ଏବଂ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସ ପୁଣି ଥରେ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ ରଣନୀତି ଆପଣେଇବା ପାଇଁ ମଙ୍ଗଳବାର ଚା ଏବଂ ଜଳଖିଆ ଚର୍ଚ୍ଚା ପାଇଁ ୧୭ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରିଥିଲେ। ରାହୁଲଙ୍କ ଜଳଖିଆ ଚର୍ଚ୍ଚାରେ କଂଗ୍ରେସ ସମେତ ୧୫ ବିରୋଧୀ ଦଳ ଯୋଗଦେଇଥିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏବଂ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି)ର କୌଣସି ସଦସ୍ୟ ଯୋଗଦେଇ ନାହାନ୍ତି। ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣ ରକ୍ଷାକରି ୧୪ଟି ବିରୋଧୀ ଦଳର ଲୋକ ସଭା ଓ ରାଜ୍ୟ ସଭା ନେତା ଦିଲ୍ଲୀର ସମ୍ବିଧାନ କ୍ଲବରେ ପହଞ୍ଚିଥିଲେ। ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିବା କୁହାଯାଉଛି। ରାହୁଲଙ୍କ ଜଳଖିଆ ଚର୍ଚ୍ଚାରେ ଆଇଏନ୍‌ସ,ି ଏନ୍‌ସିପି, ଏସ୍‌ଏସ୍‌, ଆର୍‌ଜେଡ଼ି, ଏସ୍‌ପି, ସିପିଆଏମ୍‌, ସିପିଆଇ,ଆଇୟୁଏମ୍‌ଏଲ୍‌, ଆର୍‌ଏସ୍‌ପି, କେସିଏମ୍‌, ଜେଏମ୍‌ଏମ୍‌, ଏନ୍‌ସି, ସିଏମ୍‌ସି, ଏଲ୍‌ଜେଡ଼ି ଆଦି ବିରୋଧୀ ଦଳର ସଦସ୍ୟମାନେ ଯୋଗଦେଇଥିଲେ।

Share