ନୂଆଦିଲ୍ଲୀ,୨୨।୨ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଦିଲ୍ଲୀ ଏମସିଡି ନିର୍ବାଚନର ଅଢ଼େଇ ମାସ ପରେ ଶେଷରେ ଏହାର ନୂତନ ମେୟର ପାଇଛି। ଏ ସମ୍ପର୍କରେ ଦୀର୍ଘ ଦିନ ଧରି ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ବିବାଦ ଲାଗି ରହିଥିଲା। ଭାଜପାର ରେଖା ଗୁପ୍ତା ୧୧୬ ଭୋଟ ପାଇଥିବାବେଳେ ଶୈଲୀ ୧୫୦ ଭୋଟ ପାଇଛନ୍ତି।
ନିର୍ବାଚନରେ ୱାର୍ଡ ୪୭, ୧୮୬, ୧୮୮, ୧୮୯, ୨୧୩, ୨୨୭, ୨୩୪, ୨୪୫ର କାଉନସିଲରମାନେ ଭୋଟ ଦେଇ ନାହାଁନ୍ତି। ସେମାନେ ସମସ୍ତେ କଂଗ୍ରେସର କାଉନସିଲର।