Categories: ଜାତୀୟ

୪୫୦୦୦ ଭୋଟରେ ଜିତିଲେ ଭଗଓ୍ବନ୍ତ ମାନ

ଚଣ୍ଡିଗଡ,୧୦।୩: ନିର୍ବାଚନରେ ଜିତିଲେ ଆମ ଆଦମୀ ପାର୍ଟିର ଭଗଓ୍ବନ୍ତ ମାନ। ପଞ୍ଜାବର ଧୁରି ବିଧାନସଭା ଆସନରୁ ବିପୁଳ ଭୋଟରେ ସେ ବିଜୟ ଲାଭ କରିଛନ୍ତି। ଭଗଓ୍ବନ୍ତଙ୍କୁ ଆମ ଆଦମୀ ପାର୍ଟି(ଆପ୍‌) ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା। ସେହିପରି ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗଙ୍କୁ ପ୍ରାର୍ଥୀ କରିଥିଲା। ଭାଜପା ରଣଦୀପ ସିଂହଙ୍କୁ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଥିଲା। ତେବେ ଏ ସମସ୍ତଙ୍କୁ ପଛରେ ପକାଇ ଭଗୱନ୍ତ ୪୫,୦୦୦ ଭୋଟରେ ବିଜେତା ହୋଇଛନ୍ତି।

କହିରଖୁଛୁ, ଗୁରୁବାର ଦେଶର ୪ ରାଜ୍ୟରେ ବିଧାନସଭା ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଛି। ଏଥିରେ ପଞ୍ଜାବର ୧୧୭ ଆସନ ଲାଗି ଭୋଟ ଗଣନା ହେଉଛି। ତେବେ ଏଯାବତର ଟ୍ରେଣ୍ଡ ଅନୁଯାୟୀ ଭାଜପା ଏବଂ କଂଗ୍ରେସକୁ ପଛରେ ପକାଇ ଆମ୍‌ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି।

Share