Categories: ଜାତୀୟ

ଦିଲ୍ଲୀର ୪ ଲୋକ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା AAP, ନୂଆଦିଲ୍ଲୀରୁ ଲଢ଼ିବେ ସୋମନାଥ

ନୂଆଦିଲ୍ଲୀ,୨୭।୨: ଆମ ଆଦମୀ ପାର୍ଟୀ(ଏଏପି) ଆଗାମୀ ଲୋକ ସଭା ନିର୍ବାଚନ ଲାଗି ୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରୁ ୪ ଦିଲ୍ଲୀର ଥିବା ବେଳେ ଜଣେ ହରିୟାଣାର ରହିଛନ୍ତି। ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ଦକ୍ଷିଣ ଦିଲ୍ଲୀରୁ ସାହିରାମ, ପଶ୍ଚିମ ଦିଲ୍ଲୀରୁ ମହାବଲ ମିଶ୍ର ଏବଂ ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାରଙ୍କୁ ଟିକେଟ ମିଳିଛି। ଏଥିସହ ପୂର୍ବତନ ରାଜ୍ୟ ସଭା ଏମ୍‌ପି ସୁଶୀଲ ଗୁପ୍ତାଙ୍କୁ ହରିୟାଣାର କୁରୁକ୍ଷେତ୍ର ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ତେବେ ‘ଇଣ୍ଡିଆ’ ମେଣ୍ଟ ଅଧୀନରେ ଏଏପି ଦିଲ୍ଲୀ, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ଆସାମରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ତଦନୁଯାୟୀ ମଙ୍ଗଳବାର ଦିଲ୍ଲୀର ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହାପୂର୍ବରୁ ଦଳ ଗୁଜରାଟର ଭରୁଚ ଏବଂ ଭାବନଗର ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

 

Share