ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦ ଅଧ୍ୟକ୍ଷ ଥିବାବେଳେ ନିଜ କ୍ଷମତାର ଦୁରୁପଯୋଗ କରି ମୁମ୍ବାଇ ଖଦି ଲାଉଞ୍ଜର ଇଣ୍ଟେରିୟର ଡିଜାଇନ ଠିକା କାମ ତାଙ୍କ ଝିଅଙ୍କୁ ଦେଇଥିଲେ। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଏଏପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରାଯାଇଛି। ଆଇନର ଉଲ୍ଲଂଘନ କରି ନିଜ ଝିଅକୁ ଠିକା କାମ ଦେଉଥିବା ସାକ୍ସେନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଏଏପି ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଦାବି କରିଛନ୍ତି।