Categories: ଜାତୀୟ

ଗୁଜରାଟ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ କରିବ ଏଏପି

ନୂଆଦିଲ୍ଲୀ,୨ ।୪: ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ନଜର ଗୁଜରାଟ ବିଧାନସଭା ଉପରେ । ଶନିବାରଠାରୁ କେରିୱାଲ ଗୁଜରାଟରେ ଶଙ୍ଖନାଦ କରିବାକୁ ଯାଉଛନ୍ତି । ଅରବିନ୍ଦ କେଜରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶନିବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ । ଦୁଇ ନେତା ଅହମ୍ମଦାବାଦରେ ମେଗା ରୋଡ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତା ତ୍ରିରଙ୍ଗା ଯାତ୍ରାରେ ବି ସାମିଲ ହେବେ । ଏପ୍ରିଲ ୩ରେ ଅର୍ଥାତ୍ ରବିବାର କେଜରିୱାଲ ସକାଳ ୧୦ଟା ୩୦ରେ ସ୍ୱାମୀନାରାୟଣ ମନ୍ଦିର ଦର୍ଶନ ପାଇଁ ଯିବେ । ଏହାପରେ ଗୁଜରାଟରେ ଥିବା ଦଳୀୟ ନେତାଙ୍କ ସହ ସାକ୍ଷାତ୍ କରିବେ ଓ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଫେରି ଆସିବେ ।

Share