Posted inଜାତୀୟ

ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବ ଏଏପି ସରକାର!

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି) ଆଜି ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ସମୟରେ ଏଏପି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ସମ୍ବୋଧନ ପ୍ରଦାନ କରିଥିଲେ। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଲୋକମାନେ କହିଛନ୍ତି ଯେ କେଜରିୱାଲ ମାଗଣା ଉପହାର ଦିଅନ୍ତି। ଉପହାର ଥଳି ଦେଖାଇ କେଜରିୱାଲ କହିଛନ୍ତି, ମୋର ଆଜି ମାଗଣା ଉପହାର ଅଛି। ଏଥିରେ ୭ଟି ଉପହାର ରହିଛି। ଯେତେବେଳେ ଆପଣମାନେ ଏଠାରୁ ଯିବେ, ସେତେବେ ଆପଣଙ୍କୁ ଗୋଟିଏ ପ୍ୟାକେଟ ମିଳିବ।

କେଜରିୱାଲଙ୍କ ୬ଟି ମାଗଣା ଉପହାର, ମାଗଣା ବିଦ୍ୟୁତ୍‌, ମାଗଣା ଜଳ, ବୟସ୍କମାନଙ୍କ ପାଇଁ ତୀର୍ଥଯାତ୍ରା, ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା, ମାଗଣା ବିଶ୍ୱ ସ୍ତରୀୟ ଶିକ୍ଷା, ମାଗଣା ଔଷଧ ଏବଂ ଚିକିତ୍ସା। ଏବେ କେଜରିୱାଲଙ୍କ ସପ୍ତମ ମାଗଣା ଉପହାର ହେବ, ପ୍ରତି ମାସରେ୧୦୦୦ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯିବ। ସେ ଆହୁରି ମଧ୍ୟ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଦିଲ୍ଲୀ ଜନତାଙ୍କ ଭଲପାଇବା, ସମର୍ଥନ ଏବଂ ବିଶ୍ୱାସ ମୋର ସଚ୍ଚୋଟତାର ପ୍ରମାଣ ହେବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ଡବଲ ଲୁଟ। ଗତ ସାତ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଅଛି, କିନ୍ତୁ ଏହା ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷର ନାବାଳିକାକୁ ବଳାତ୍କାର, ହତ୍ୟା ମାମଲା: ପୋଲିସକୁ ମମତାଙ୍କ ଅଲ୍ଟିମେଟମ୍

କୋଲକାତା,୬।୧୦: ପଶ୍ଚିମବଙ୍ଗର କୁଲଟୁଲିରେ ଜଣେ ୧୦ ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା...

ନଇଁ ପଡୁଛି ଭାଜପା! ଏକଜିଟ ପୋଲ୍‌ର ଆକଳନକୁ ନେଇ ଭାଜପା ନେତା କହିଲେ ଫଳାଫଳ ସ୍ବୀକାର କରିବୁ

ନୂଆଦିଲ୍ଲୀ,୬।୧୦: ନିର୍ବାଚନ ରାଜ୍ୟ ହରିୟାଣାର କର୍ଣ୍ଣଲ ଜିଲାର ଭାଜପା ପ୍ରାର୍ଥୀ ହରବିନ୍ଦର କଲ୍ୟାଣ ରବିବାର ତାଙ୍କ ସମର୍ଥକଙ୍କ ସାମ୍ନାରେ ନିଜର ନିର୍ବାଚନ ଅନୁଭୂତି ବାଣ୍ଟିଛନ୍ତି। ସେ...

ହରିୟାଣାରେ ଭାଜପା ସରକାର ଗଢିବାକୁ ଖୋଲା ଅଛି ସମସ୍ତ ଦ୍ୱାର, କାହିଁକି ଏମିତି କହିଲେ ନାଏବ ସୋନି

ଚଣ୍ଡିଗଡ଼,୬।୧୦: ହରିୟାଣା ବିଧାନସଭା ନିର୍ବାଚନ ପରେ ଶନିବାର ସାରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ଏକଜିଟ ପୋଲରେ ଭାଜପାକୁ ବଡ ଝଟକା ଲାଗିଛି। ସେଠାରେ...

ମାକ୍ରୋନଙ୍କ ପାଇଁ ନେତାନ୍ୟାହୁଙ୍କ ଭିଡିଓ ବାର୍ତ୍ତା: ଅସ୍ତ୍ରଶସ୍ତ୍ର ବ୍ୟାନ୍ ବୟାନ ଉପରେ ଦେଲେ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ,୬।୧୦: ଗାଜାରେ ବ୍ୟବହାର ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଆହ୍ୱାନକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର...

ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ

ଉଜ୍ଜୟନୀ,୬।୧୦: ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ...

ହରିୟାଣା ଉପରେ କହିବା ମନା, ଏକଜିଟ ପୋଲ୍‌କୁ ନେଇ ଭାଜପା ନେତାଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ,୬।୧୦: ହରିୟାଣା, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ୍‌ରେ ଜମ୍ମୁ-କଶ୍ମୀରରେ...

ମୋଦିଙ୍କ ପାଇଁ ଭୋଟ ମାଗିବେ କେଜରିଓ୍ବାଲ, କାହିଁକି ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ,୬।୧୦: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।...

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri