Categories: ଜାତୀୟ

ସଙ୍କଟରେ ଏଏପି ସରକାର, ଆରଆରଟିଏସ ଖର୍ଚ୍ଚ ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ..,

ନୂଆଦିଲ୍ଲୀ,୩।୭ : ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କୁ ତାଗିଦ କରିଛନ୍ତି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କୁ ତିନି ଆର୍ଥିକ ବର୍ଷରେ ବିଜ୍ଞାପନରେ ହୋଇଥିବା ଖର୍ଚ୍ଚର ବିବରଣୀ ଦେବାକୁ କୋର୍ଟ କହିଛନ୍ତି। ବାସ୍ତବରେ, ଏହି ବିଷୟ ଆଞ୍ଚଳିକ ରାପିଡ ଟ୍ରାଞ୍ଜିଟ ସିଷ୍ଟମ ( ଆରଆରଟିଏସ)ର ନିର୍ମାଣ ସହିତ ଜଡିତ । ସୁପ୍ରିମକୋର୍ଟରେ ଏହାର ନିର୍ମାଣ ପାଇଁ ପାଣ୍ଠି ଯୋଗାଇବାରେ ଅକ୍ଷମତା ପ୍ରକାଶ କରିଥିଲେ। ତେବେ ସୁପ୍ରିମକୋର୍ଟ ଏଏପି ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।

ଦିଲ୍ଲୀରେ ଆରଆରଟିଏସ ନିର୍ମାଣ ରାଜସ୍ଥାନ ଏବଂ ହରିୟାଣା ସହିତ ସଡ଼କ ଯୋଗେ ଦିଲ୍ଲୀକୁ ଯୋଗାଯୋଗ ସହଜ କରିଥାନ୍ତା । ତେବେ ଦିଲ୍ଲୀ ସରକାର ଏଥିପାଇଁ ପାଣ୍ଠି ଯୋଗାଇ ନାହାଁନ୍ତି। ଏହା ଉପରେ ଜଷ୍ଟିସ ଏସ.କେ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ ଦୁଇ ସପ୍ତାହ ମଧ୍ୟରେ ପାଣ୍ଠିର ହିସାବ ସମ୍ପର୍କରେ ସୂଚନା ପ୍ରଦାନ କରିବାକ ଏଏପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share