Categories: ଜାତୀୟ

ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ନାହିଁ ସ୍ବଚ୍ଛତା: ପଞ୍ଜାବ ରାଜ୍ୟପାଳ…

ଚଣ୍ଡିଗଡ଼,୬।୮ : ଶାସକ ଆମ ଆଦମୀ ପାର୍ଟି (ଏଏପି) ଏବଂ ରାଜ ଭବନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଚଳିତ ମାସରେ ଦୁଇ ବର୍ଷ ପୂରଣ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧୀନ ସରକାରଙ୍କ ସହ ତାଙ୍କର ବିବାଦ ବିଷୟରେ ଆଲୋଚନା କରିଛନ୍ତି। ଏକ ସ୍ବତନ୍ତ ସାକ୍ଷାତକାରରେ ସେ କହିଛନ୍ତି ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ ରାଜ୍ୟପାଳଙ୍କୁ ବଜେଟ ଅଧିବେଶନ ଡକାଇବାକୁ କ୍ୟାବିନେଟର ନିଷ୍ପତ୍ତିରେ ପ୍ରତ୍ୟାବର୍ତ୍ତନ ନ କରିବା ଅଭିଯୋଗ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ସେମାନଙ୍କର ରାଜନୈତିକ ମତଭେଦ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ବାଧା ସୃଷ୍ଟି କରୁଛି। ରାଜ୍ୟରେ ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ସ୍ବଚ୍ଛତା ନାହିଁ ବୋଲି ରାଜ୍ୟପାଳ ଅଭିଯୋଗ କରିଛନ୍ତି।

ଏହା ଏକ ଉଦ୍ବେଗଜନକ ପରିସ୍ଥିତି ପଞ୍ଜାବର ୬୦% ରୁ ୭୦% ଲୋକ (ପ୍ରାୟ ୩ କୋଟି) ନିଶା ସେବନ କରୁଛନ୍ତି। ନିଶା କାରବାରରେ ଗତ ମାସରେ ଲୁଧିଆନାରେ ଥିବା ୫୮ ଟି ମଦ ଦୋକାନ ଉପରେ ଚଢ଼ାଉ କରାଯାଇ ସିଲ କରାଯାଇଥିଲା। ଏହା କେବଳ ଗୋଟିଏ ଜିଲାର କଥା। ରାଜ୍ୟର ସମସ୍ତ ୨୩ ଟି ଜିଲାରେ ପରିସ୍ଥିତି କେତେ ଗମ୍ଭୀର ତାହା କଳ୍ପନା ବାହାରେ।

ରାଜ୍ୟକୁ ସୀମା ପାର୍ଶ୍ୱରୁ ସର୍ବାଧିକ ନିଶାଦ୍ରବ୍ୟ ଆସୁଛି । ତେଣୁ, ପ୍ରତ୍ୟେକ ତ୍ରୟମାସିକରେ ମୁଁ ସେନା ସମେତ ସମସ୍ତ ରାଜ୍ୟ ତଥା କେନ୍ଦ୍ରୀୟ ବିଭାଗର ଅଧିକାରୀଙ୍କ ସହ ପାକିସ୍ତାନ ସହିତ ସୀମା ଥିବା ୬ ଟି ଜିଲା ଭ୍ରମଣ କରିଥାଏ।

Share