ଏଏପିର ଗ୍ୟାରେଣ୍ଟି କାର୍ଡ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପରିପ୍ରେକ୍ଷୀରେ ୧୩ ପ୍ରସଙ୍ଗ ନେଇ ଜିଲା ସଭାପତି ସ୍ବର୍ଣ୍ଣ ଭାରତ ମଲ୍ଲିକ ଗ୍ୟାରେଣ୍ଟି କାର୍ଡ଼ ଉପସ୍ଥାପନ କରିଥିଲେ। ପୌର ନିର୍ବାଚନରେ ଆପ୍‌ ପ୍ରାର୍ଥୀ ବିଜୟୀ ହେଲେ ପୌରାଞ୍ଚଳର ପ୍ରତି ୱାର୍ଡ଼ରେ ‘ୱାର୍ଡ କ୍ଲିନିକ୍‌’ର ବ୍ୟବସ୍ଥା, ପରିମଳ ସେବା ପାଇଁ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼, ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା, ସହର ଜଳଯୋଗାଣ ସମ୍ପୂର୍ଣ୍ଣ ଭାବେ ନିଃଶୁଳ୍କ, ପୌରାଞ୍ଚଳର ନିଜସ୍ବ ଆମ୍ବୁଲାନ୍ସ ସେବା, ପ୍ରତ୍ୟେକ ୩ ମାସରେ ପୌରବାସୀଙ୍କୁ ଆୟବ୍ୟୟର ବିବରଣୀ ପ୍ରଦାନ ଆଦି ଗ୍ୟାରେଣ୍ଟି କାର୍ଡ଼ ଯୋଗେ ପ୍ରତିଶ୍ରୁତି ଦିଆଯାଇଛି। କାର୍ଯ୍ୟକ୍ରମରେ ଚେୟାରମ୍ୟାନ୍‌ ପ୍ରାର୍ଥତ୍ନୀ ସବିତା ରାଣୀ ଦାସ, ୯ନଂ. ୱାର୍ଡ଼ର କାଉନସିଲର ପ୍ରାର୍ଥୀ କାହ୍ନୁଚରଣ ଲେଙ୍କା, ୨୭ନଂ. ୱାର୍ଡ଼ର କାଉନସିଲର ପ୍ରାର୍ଥୀ ସଫି ଉଲ୍ଲା, ମହେଶ ଖଣ୍ଡେଲୱାଲ, ନିକୁଞ୍ଜ ବିହାରୀ ମହାନ୍ତି, ସ୍ବର୍ଣ୍ଣପ୍ରଭା ମହାନ୍ତି, ବାସନ୍ତୀ ଲତା ରାଉତ, ସ୍ନେହାଞ୍ଜଳୀ ସୁବୁଦ୍ଧି, ସୁଜୟ ଆଚାର୍ଯ୍ୟ ଓ ମଧୁସୂଦନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।