Categories: ଜାତୀୟ

ମାଗଣା ସବୁ ଦେବାର ରାଜନୀତି କରି ଏଏପି ଦିଲ୍ଲୀରେ ଆଣିଛି ବନ୍ୟା: ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୫।୭ : ବିକାଶ ପାଇଁ ନୁହେଁ ଯଦି ମାଗଣା ଦେବାର ରାଜନୀତି କରାଯିବ ତେବେ, ଦିଲ୍ଲୀରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରାଜଧାନୀର ବନ୍ୟା ସ୍ଥିତି ଉପରେ ଭାଜପା ନେତା ଗୌତମ ଗମ୍ଭୀର ଏଭଳି ମନ୍ତବ୍ୟ ଦେଇ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଛନ୍ତି।

ପୂର୍ବ ଦିଲ୍ଲୀର ଭାଜପା ଏମପି ଗୌତମ ଗମ୍ଭୀର ଶନିବାର କହିଛନ୍ତି ଦିଲ୍ଲୀରେ ବନ୍ୟା ପରିସ୍ଥିତି ହୋଇ ଥିବାରୁ ସେ ଆଶ୍ଚର୍ଯ୍ୟ ହେବେ ନାହିଁ। କାରଣ ନଅ ବର୍ଷର ମାଗଣା ରାଜନୀତି ଯୋଗୁଁ ଏହା ଘଟିଛି। ରାଜଧାନୀରେ ବିକାଶ କାର୍ଯ୍ୟ ପଛୁଆ ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କିନ୍ତୁ ଆଶ୍ଚର୍ଯ୍ୟଜନକ ନୁହେଁ। ଏପରି ଯୋଜନାବଦ୍ଧ ଭାବେ ଘଟିଛି। ଯଦି ଏଏପି ମାଗଣା ଦେବାର ରାଜନୀତି କରି ଦିଲ୍ଲୀର ଭିତ୍ତିଭୂମି ପାଇଁ ୧ ଟଙ୍କା ମଧ୍ୟ ଖର୍ଚ୍ଚ ନ କରେ ତେବେ ରାଜଧାନୀ ନିଶ୍ଚିତ ଭାବେ ନଷ୍ଟ ହୋଇଯିବ।

ମୁଁ ପୂର୍ବରୁ ଉପରାଜ୍ୟପାଳଙ୍କୁ ଜାଣି ନ ଥିଲି। ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି, ସେତେବେଳେ ଦିଲ୍ଲୀର ବିକାଶ ପାଇଁ ତାଙ୍କର ବହୁତ ଦୂରଦୃଷ୍ଟି ଥିବା ଜାଣିଥିଲି। କିନ୍ତୁ କାହା ସହିତ ଏକାଠି କାମ କରିବା ନେଇ ସେ ଚିନ୍ତାରେ ପଡ଼ିଛନ୍ତି। ଦିଲ୍ଲୀ ପାଇଁ କାହାର ଦୂରଦୃଷ୍ଟି ନାହିଁ, ଅନୁଭବ ନାହିଁ? ବନ୍ୟା ଯୋଗୁ କୌଣସି ଏମପି, ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ଯନ୍ତ୍ରଣା ଭୋଗୁ ନାହାଁନ୍ତି। କେବଳ ଜନସାଧାରଣ ଯନ୍ତ୍ରଣା ଭୋଗୁଛନ୍ତି।

Share