Categories: ଜାତୀୟ

ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏଏପି

ଅହମ୍ମଦାବାଦ,୨୯।୧୦: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୧ କିମ୍ବା ୨ରେ ତାରିଖ ଘୋଷଣା ହୋଇପାରେ। ଦୁଇଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇପାରେ। ତେବେ ଏହାପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏ ବ ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ଥାନୀୟ ଚେହେରାଙ୍କୁ ପାର୍ଟି ସୁଯୋଗ ଦେବ ବୋଲି ସୁରଟରେ ଘୋଷଣା କରିଛନ୍ତି କେଜ୍‌ରିଓ୍ବାଲ। ଏପରି କି କେଜ୍‌ରିୱାଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ଜନମତ ଲୋଡିଛନ୍ତି। ଏନେଇ ଦଳ ପକ୍ଷରୁ ଏଳେକଳେ ନମ୍ବର ସହ ଇମେଲ ଜାରି କରାଯାଇଛି। ନଭେମ୍ବର ୩ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଲୋକେ ସେମାନଙ୍କ ମତାମତ ଦେଇପାରିବେ। ନଭେମ୍ବର ୪ରେ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।

 

Share