ନୂଆଦିଲ୍ଲୀ,୧୭।୪: ଆମ ଆଦମୀ ପାର୍ଟି(ଏଏପି)ନେତା ଗୋପାଳ ଇଟାଲିଆଙ୍କୁ ସୋମବାର ସୁରଟ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଏକ ସାଧାରଣ ସଭାରେ ଇଟାଲିଆ ବିବାଦୀୟ ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗୋପାଳ ଇଟାଲିଆ ଗୁଜରାଟ ନିର୍ବାଚନ ସମୟରେ ଗୁଜୁରାଟର ସ୍ବରାଷ୍ଟ୍ର ହର୍ଷ ସଂଘବିଙ୍କୁ ଡ୍ରଗ୍ସ ସଂଘବି ବୋଲି ଡାକିଥିଲେ। ତେବେ ତାଙ୍କର ଏଭଳି ବିବୃତ୍ତିକୁ ନେଇ ରାଜନୀତି ମହଲରେ ବେଶ୍ ଚର୍ଚ୍ଚାରେ ଥିଲା। ଏହାପରେ ଉମରା ପୋଲିସ ଷ୍ଟେଶନରେ ଇଟାଲିଆଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।
ଗୋପାଳ ଇଟାଲିଆ ଆମ ଆଦମୀ ପାର୍ଟିର ଗୁଜୁରାଟ ୟୁନିଟର ସଭାପତି ରହିଛନ୍ତି। ୨୦୨୨ରେ ସୁରଟର କତାର ଗ୍ରାମ ବିଧାନସଭା ଆସନରୁ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ତେବେ ଗିରଫ ହେବା ପରେ ଗୋପାଳ ଇଟାଲିଆଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଥିବା ଜଣାପଡିଛି।