Categories: ଜାତୀୟ

ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଘବ ଚଢା

ନୂଆଦିଲ୍ଲୀ,୧୦।୧୦: ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ୫ ଏମ୍‌ପିଙ୍କ ସହମତି ବିନା ଚୟନ କମିଟିରେ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ୫ ଅଗଷ୍ଟରେ ନିଲମ୍ବିତ କରାଯାଇଥିଲା। ଏହି ମାମଲା ବର୍ତ୍ତମାନ ସଂସଦର ଅଧିକାର କମିଟିରେ ଅଛି। ରାଘବ ତାଙ୍କ ନିଲମ୍ବନକୁ ଭୁଲ ବୋଲି କହିଛନ୍ତି।

ଏହା ବ୍ୟତୀତ ସରକାରୀ ବଙ୍ଗଳା ମାମଲାରେ ମଧ୍ୟ ହାଇକୋର୍ଟରେ ପହଞ୍ଚିଛନ୍ତି। ଟାଇପ -୭ ବଙ୍ଗଳା ସମ୍ପର୍କରେ ଦିଲ୍ଲୀ କୋର୍ଟରୁ ତାଙ୍କ ବିରୋଧରେ ଆସିଥିବା ଆଦେଶ ସମ୍ପର୍କରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନପତ୍ର ତାଲିକାଭୁକ୍ତ ହୋଇଛି ଏବଂ ଆସନ୍ତାକାଲି ଅର୍ଥାତ୍‌ ଶୁଣାଣି ହେବ।

Share