Categories: ଜାତୀୟ

ଫେରିଲା ଏଏପି ନେତା ରାଘବ ଚଢାଙ୍କ ସଦସ୍ୟତା

ନୂଆଦିଲ୍ଲୀ,୪।୧୨: ରାଜ୍ୟ ସଭାରୁ ଆମ ଆଦମୀ ପାର୍ଟି ଏମ୍‌ପି ରାଘବ ଚଢାଙ୍କ ନିଲମ୍ବନ ସମ୍ପର୍କରେ ଏକ ବଡ଼ ଖବର ରହିଛି। ପ୍ରକାଶ ଯେ, ରାଜ୍ୟ ସଭା ଅଧ୍ୟକ୍ଷ ତାଙ୍କର ସଦସ୍ୟତା ପଦ ଫେରାଇ ଦେଇଛନ୍ତି। ଏହି ନିଷ୍ପତ୍ତି ରାଘବ ଚଢାଙ୍କ ରାଜନୈତିକ କ୍ୟାରିୟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି।

ସୂଚନାଯୋଗ୍ୟ, ଏଏପି ଏମ୍‌ପି ରାଘବ ଚଢାଙ୍କୁ ୧୧ ଅଗଷ୍ଟ ୨୦୨୩ରେ ଅନୁଶାସନହୀନତା ଅଭିଯୋଗରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଥିଲା। ଗୃହର କିଛି ଏମ୍‌ପି ରାଘବ ଚଢାଙ୍କ ଉପରେ ତାଙ୍କ ବିନା ଅନୁମତିରେ ଏକ ପ୍ରସ୍ତାବରେ ନାମ ଯୋଡିଥିବା ଅଭିଯୋଗ କରିଥିଲେ। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଶାସକ ଭାଜପାର ସଦସ୍ୟ ଥିଲେ।

Share