ପରିଣୀତିଙ୍କ ସହ ନିର୍ବନ୍ଧ ପରେ କେତେ ବଦଳିଛି ଜୀବନ? ରାଘବ କହିଲେ…

ଜଣେ ରାଜନେତାକୁ ଅନ୍ୟଜଣେ ଅଭିନେତ୍ରୀ। ତଥାପି ଯୋଡ଼ି ହିଟ୍‌ ବୋଲି କୁହାଯାଉଛି। ଆମେ କହୁଛୁ ରାଘବ ଚଢ୍ଢା ଏବଂ ପରିଣୀତି ଚୋପ୍ରାଙ୍କ କଥା। ଚଳିତ ବର୍ଷ ମେ’ ୧୩ରେ ଦୁହେଁ ନିର୍ବନ୍ଧ କରିଛନ୍ତି। ଏମିତିରେ ପ୍ରଶଂସକମାନେ ତାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ବର୍ଷ ଶେଷ ଆଡକୁ ଦୁହେଁ ହାତକୁ ଦୁଇ ହାତ ହେବେ ବୋଲି ଚର୍ଚ୍ଚା ହେଉଛି। ଏମିତିରେ ରାଘବ ଏକ ସାକ୍ଷାତକାରରେ ନିର୍ବନ୍ଧ ପରେ ହୋଇଥିବା ପରିବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି। ପୂର୍ବରୁ ଦଳୀୟ ନେତା, ସହକର୍ମୀ, ବନ୍ଧୁ ଏବଂ ପରିବାରଲୋକେ ବିବାହକୁ ନେଇ ପ୍ରଶ୍ନ ପଚାରୁଥିବା ବେଳେ ଏବେ ସେମାନେ ଚୁପ୍‌ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି।

Share