Categories: ଜାତୀୟ

ବିଗିଡିଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୨।୫: ମନି ଲଣ୍ଡରିଂ ମାମଲାରେ ପ୍ରାୟ ଏକ ବର୍ଷ ଧରି ତିହାର ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ଶୁଣାଣି ସମୟରେ ସତ୍ୟେନ୍ଦ୍ର ଜୈନଙ୍କ ଓକିଲ ସୁପ୍ରିମକୋର୍ଟରେ କହିଥିଲେ ଯେ, ଜେଲରେ ଏଏପି ନେତାଙ୍କ ଓଜନ ପ୍ରାୟ ୩୫ କିଲୋଗ୍ରାମ ହ୍ରାସ ପାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହୁନାହିଁ।

ମେ’ ୧୮ରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ ଅଭିଷେକ ମନୁ ସିଂ ଭି ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନୁହେଁ। ସେ କଙ୍କାଳ ଭଳି ଦେଖାଗଲେଣି। ଏହି ମାମଲା ଉପରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ କୋର୍ଟଙ୍କୁ କହିଥିଲେ।

 

Share