ନୂଆଦିଲ୍ଲୀ, ୨୩।୧: ମାରପିଟ ଅଭିଯୋଗରେ ଆମ୍ ଆଦ୍ମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ସୋମନାଥ ଦୋଷୀ ସାବ୍ୟସ୍ତ ହୋଇଥିବା ଦର୍ଶାଇ ଶନିବାର ଏଭଳି ଦଣ୍ଡାଦେଶ କରାଯାଇଛି। ୨୦୧୬ରେ ଏମ୍ସ୍ ପରିସରରେ ସୁରକ୍ଷାକର୍ମୀଙ୍କ ସହିତ ଜାଣିଶୁଣି ସୋମନାଥ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ସୋମନାଥ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ସେହିପରି ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।