Categories: ଜାତୀୟ

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭାଗଓ୍ବନ୍ତ ମାନ

ଚଣ୍ଡିଗଡ,୧୬।୩: ପଞ୍ଜାବର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଆମ ଆଦମୀ ଦଳର ନେତା ଭାଗଓ୍ବନ୍ତ ମାନ ବୁଧବାର ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର କାଲାନରେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କୁ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ଅରବିନ୍ଦ ଏଏପି ସୁପ୍ରିମୋ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କ ସମେତ ଶହ ଶହ ଏଏପି ସମର୍ଥକ ଉପସ୍ଥିତ ଥିଲେ।
ଶହୀଦ ଭଗତ ସିଂଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମାନ ଇନକ୍ଲାପ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ। ସେ କହିଛନ୍ତି, ଖଟକର କାଲାନ ଗାଁ ମୋ ପାଇଁ ନୂଆ ନୁହେଁ। ମୁଁ ଏଠାକୁ ଆସେ। ଆମକୁ ପଞ୍ଜାବରେ ଅନେକ ବିକାଶମୂଳକ କାର୍ଯ୍ୟ କରିବାକୁ ପଡିବ। ବିରୋଧୀଙ୍କୁ ନିନ୍ଦା କରିବା ପରିବର୍ତ୍ତେ ଆମକୁ କେବଳ ବିକାଶ କରିବାକୁ ପଡିବ। ସେ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Share