Categories: ଜାତୀୟ

କେଜରିଓ୍ବାଲଙ୍କ ପାଇଁ ଅନଶନ ଆନ୍ଦୋଳନ ଆରମ୍ଭ କଲେ ଏଏପି ନେତା, ଜନ୍ତରମନ୍ତରରେ ହେଲେ ଏକାଠି

ନୂଆଦିଲ୍ଲୀ,୭।୪: ଆମ ଆଦମୀ ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ଏବେ ତିହାର ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ସିଏମଙ୍କ ଗିରଫକୁ ନେଇ ଦଳ ନିରନ୍ତର ବିରୋଧ କରୁଛି ଏବଂ ତାଙ୍କୁ ଶୀଘ୍ର ମୁକ୍ତ କରିବାକୁ ଦାବି କରୁଛି। ଆମ ଆଦମୀ ପାର୍ଟି କ୍ରମାଗତ ଭାବରେ ଇଡି ଏବଂ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି। ଦେଶ ତଥା ବିଦେଶରେ ଥିବା କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି।

ରବିବାର ଜନ୍ତର ମନ୍ତରରେ ଏଏପି ନିଜର ଅନଶନ ଆନ୍ଦୋଳନ ଆରମ୍ଭ କରିଛି। ଏଥିରେ ବିଧାୟକ, ମନ୍ତ୍ରୀ, ଏମପି, କାଉନସିଲର ଏବଂ ଅଧିକାରୀମାନେ ସାମିଲ ହୋଇଛନ୍ତି।
ସୂଚନାଥାଉ କି, ଆଜି ପୂର୍ବାହ୍ନ ୧୦ଟା ଠାରୁ ଏହି ଉପବାସ ଆନ୍ଦୋଳନ ଆରମ୍ଭ ହୋଇଛି।
ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ୨୫ ଟି ରାଜ୍ୟର ରାଜଧାନୀ, ଜିଲା ଏବଂ ବ୍ଲକ ମୁଖ୍ୟାଳୟ, ଗ୍ରାମ ଏବଂ ସହରଗୁଡ଼ିକରେ ଲୋକମାନେ କେଜରିଓ୍ବାଲଙ୍କ ପାଇଁ ଆଜି ଉପବାସ କରିବେ । ଏହା ବ୍ୟତୀତ ନ୍ୟୁୟର୍କ, ବୋଷ୍ଟନ, ଲସ ଆଞ୍ଜେଲସ, ଆମେରିକାର ୱାଶିଂଟନ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ବ୍ରିଟେନରେ ଲଣ୍ଡନ ଏବଂ ଅନ୍ୟାନ୍ୟ ସ୍ଥାନରେ ଉପବାସ ଆନ୍ଦୋଳନ ଅନୁଷ୍ଠିତ ହେବ।

Share