Categories: ଜାତୀୟ

କୃଷି ଆଇନ୍‌କୁ ବିରୋଧ କରି ବିଧାନସଭାରେ ରାତିରେ ଶୋଇଲେ ଏଏପି ବିଧାୟକ

ଚଣ୍ଡିଗଡ଼, ୨୦।୧୦: କୃଷି ଆଇନକୁ ବିରୋଧ କରି ପଞ୍ଜାବ ବିଧାନସଭାରେ ପ୍ରଦର୍ଶନ ଜାରି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ବିଧାୟକମାନେ ସୋମବାରଠାରୁ ଧାରଣାରେ ବସିଛନ୍ତି। ସୋମବାର ରାତିରେ ସେମାନ ବିଧାନସଭା ଭିତରେ କଟାଇଛନ୍ତି। ଏଏପି ବିଧାୟକଙ୍କ ଧାରଣା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ଚାଷୀ କୃଷି ଆଇନକୁ ନେଇ ବିରୋଧ ଜାରି ରଖିଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ପାଇଁ ଏହି ସମସ୍ୟାରୁ ମୁକୁଳିବା କାଠିକର ପାଠ ମନେ ହେଉଥିବା କୁହାଯାଉଛି।

Share