Advertisement
Categories: ଜାତୀୟ

ଦିଲ୍ଲୀ ପାଇଁ ଘୋଷଣାପତ୍ର ଜାରି କଲା ଏଏପି

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀ ପାଇଁ ଗୁରୁବାର ଆମ ଆଦ୍‌ମୀ ପାର୍ଟି(ଏଏପି) ତା’ର ଘୋଷଣାପତ୍ର ଜାରି କରିଛି। ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଏହି ଘୋଷଣାପତ୍ର ଜାରି କରିବା ସହ ଭାଜପା ଉପରେ ଖୁବ୍‌ ବର୍ଷିଛନ୍ତି। ତେବେ ଏଥିରେ ଯାହାସବୁ ଘୋଷଣା କରାଯାଇଛି ତା’ ପଛରେ ଏକ ସର୍ତ୍ତ ଥିବା ଭଳି ଲାଗୁଛି। ପ୍ରଥମେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ଦାବି କରିଛି ଏଏପି। ଯଦି ଏହା ପୂରଣ ହେଲା ତେବେ ସେ ତାଙ୍କର ସମସ୍ତ ଘୋଷଣା ପୂରଣ କରିବେ ବୋଲି ସଙ୍କେତ ଦେଇଛନ୍ତି। ଯଦି ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳେ ତେବେ ୮୫ ପ୍ରତିଶତ ଶିକ୍ଷାର୍ଥୀଙ୍କୁ କଲେଜରେ ଆଡମିଶନ କରାଇଦେବେ। ମହିଳାଙ୍କ ସୁରକ୍ଷା କଥା ମଧ୍ୟ ଘୋଷଣା କରିଛି ଏଏପି। ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ଏକ ସପ୍ତାହ ମଧ୍ୟରେ ସ୍ଥାୟୀ କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଏହାସହ ଦିଲ୍ଲୀବାସୀଙ୍କ ପାଇଁ ଆହୁରି କିଛି ଘୋଷଣା ମଧ୍ୟ କରିଛି ଏଏପି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share