Categories: ଜାତୀୟ

ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଏସ୍‌ପି ସହ ହାତ ମିଳାଇପାରେ ଏଏପି: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫ା୩: ଉତ୍ତରପ୍ରଦେଶରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି ଆବଶ୍ୟକ ପଡ଼ିଲେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଜବାଦୀ ପାର୍ଟି ସହ ହାତ ମିଳାଇବାକୁ ପ୍ରସ୍ତୁତ। ଏଏପି ନେତା ସଞ୍ଜୟ ସିଂ ଏହା କହିଛନ୍ତି। ସେ କହିଛନ୍ତି, ପଞ୍ଜାବରେ ଏଏପି ସରକାର ଗଢ଼ିବ। ଉତ୍ତରାଖଣ୍ଡ ଓ ଗୋଆରେ ସକାରାତ୍ମକ ଫଳାଫଳ ହେବ। ଏଏପିର ରାଜନୀତି ଲୋକଙ୍କ ପାଖରେ ପହଞ୍ଚତ୍ଛି। ଉତ୍ତରପ୍ରଦେଶରେ ମଧ୍ୟ ଏହି ଦଳ ଭଲ ସ୍ଥିତିରେ ରହିଛି। ଲୋକେ ବିକାଶ ନାମରେ ଭୋଟ ଦେଉଛନ୍ତି। ଅନ୍ୟ ଦଳଗୁଡ଼ିକ ଏଏପିର ନିର୍ବାଚନୀ ଇସ୍ତାହାରକୁ ଅନୁସରଣ କରୁଛନ୍ତି। ୟୁପି ଜାତି ରାଜନୀତିରୁ ଊର୍ଦ୍ଧ୍ୱକୁ ଯିବା ଆବଶ୍ୟକ ବୋଲି ସିଂ କହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବାବା ବୁଲ୍‌ଡୋଜର ଡାକିଲେ ସେ ଖୁସି ହେଉଛନ୍ତି। ଏଭଳି ସ୍ଥିତିରେ ନିଯୁକ୍ତି କେଉଁଠୁ ଆସିବ ବୋଲି ସଞ୍ଜୟ ପ୍ରଶ୍ନ କରିଥିଲେ।

Share