Categories: ଜାତୀୟ

ବିଧାନସଭାରେ ବିଡ଼ାବିଡ଼ା ନୋଟ ଦେଖାଇଲେ ଏଏପି ବିଧାୟକ, କହିଲେ ମତେ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି…

ନୂଆଦିଲ୍ଲୀ,୧୮।୧ : ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ମୋହିନ୍ଦର ଗୋୟଲ ବୁଧବାର ଦିଲ୍ଲୀ ବିଧାନସଭାରେ ଲାଞ୍ଚ ରୂପେ ଗ୍ରହଣ କରାଯାଇଥିବା ବିଡ଼ା ବିଡ଼ା ନୋଟକୁ ଦେଖାଇଛନ୍ତି। ମୋହିନ୍ଦର ଗୋୟଲଙ୍କ ଅନୁଯାୟୀ ବାବା ସାହେବ ଆମ୍ବେଡକର ହସ୍ପିଟାଲରେ ନର୍ସିଂ ଇତ୍ୟାଦି ନିଯୁକ୍ତି ପାଇଁ ଟେଣ୍ଡର ବାହାରିଥାଏ। ସରକାରଙ୍କର ଏକ ନିୟମ ଅଛି ଯେ ୮୦ ପ୍ରତିଶତ ପୁରୁଣା କର୍ମଚାରୀଙ୍କୁ ରଖିବାକୁ ପଡ଼ିବ, କିନ୍ତୁ ଏହା ହୁଏ ନାହିଁ। ଏଥିରେ ବହୁ ପରିମାଣରେ ଟଙ୍କା ଲାଞ୍ଚ ଆକାରରେ ଜମା ହୋଇଥାଏ। କିନ୍ତୁ ଚାକିରି ପାଇବା ପରେ ମଧ୍ୟ ସେମାନେ ପୂର୍ଣ୍ଣ ଦରମା ମିଳି ନଥାଏ। ଠିକାଦାରମାନେ ନିଜେ ସେମାନଙ୍କଠାରୁ ବହୁତ ଟଙ୍କା ନେଇଥାନ୍ତି।

କର୍ମଚାରୀମାନେ ଡାକ୍ତରଖାନାରେ ଧର୍ମଘଟରେ ବସିଥିଲେ ଯେଉଁଠାରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ମୁଁ ଡିସିପିଙ୍କ ନିକଟରେ ଅଭିଯୋଗ କରିଛି। ସିଏସ ଏବଂ ଉପରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଯାଇଛି। ବିଧାୟକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ସେମାନେ ମୋତେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ।

ମୁଁ ି ଡିସିପିଙ୍କୁ ଜଣାଇଲି ଯେ ମୋତେ ୧୫ ଲକ୍ଷ ଲାଞ୍ଚ ଟଙ୍କା ଦିଆଯାଉଛି ଏବଂ ମୁଁ ସେମାନଙ୍କୁ ଧରିବାକୁ ଚାହୁଁଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ମୁଁ ମୋ ଜୀବନକୁ ବିପଦରେ ପକାଇ ଏହି କାମ କରୁଛି। ସେମାନେ ଏତେ ପ୍ରଭାବଶାଳୀ ଲୋକ ଯେ ମୋ ଜୀବନ ମଧ୍ୟ ନେଇପାରିବେ। ଏହା ଉପରେ ଏକ ଅନୁସନ୍ଧାନ ହେବା ଜରୁରୀ ବୋଲି ସେ କହିଛନ୍ତି।

Share