Posted inଜାତୀୟ

ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା କରୁଛି ଅପରେଶନ ଲୋଟସ: ସିସୋଡିଆ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀରେ ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା ପକ୍ଷରୁ ଅପରେଶନ ଲୋଟସ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଶନିବାର ଖବରଦାତାଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଏଏପିରେ କଳବଳେ କୌଶଳେ ଭାଜପା ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛି।

ଅତୀତରେ ଏକ ଅଡିଓ ଟେପ୍‌ ସାମ୍ନାକୁ ଆସିଥିଲା ଯେଉଁଥିରେ ବିଧାୟକ କିଣିବା ପାଇଁ ଭାଜପା ପକ୍ଷରୁ ଷଡଯନ୍ତ୍ର କରାଯାଇଥିଲା। ଟଙ୍କା ଦେବା ଏବଂ ପଦବୀ ଦେବା ବିଷୟରେ ଆଲୋଚନା ହୋଇଥିଲା। ଏବେ ପୁଣି ନୂଆ ଅଡିଓ ସାମ୍ନାକୁ ଆସିଛି। ଏହି ନୂତନ ଅଡିଓରେ ଭାଜପାର ମଧ୍ୟସ୍ଥି ଟିଆରଏସ ବିଧାୟକ କିଣିବା ବିଷୟରେ କହୁଛନ୍ତି। ଏଥିରେ ସେମାନେ ଦିଲ୍ଲୀର ୪୩ ଜଣ ବିଧାୟକ କିଣିବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି। ଏସବୁ ବିଧାୟକଙ୍କୁ କିଣିବା ପାଇଁ ଭାଜପା ୧୦୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ।

ମୋର ପ୍ରତ୍ୟକ୍ଷ ପ୍ରଶ୍ନ ହେଉଛି, ସେମାନେ ଏତେ ଟଙ୍କା କେଉଁଠୁ ପାଇଲେ? ହଜାର ହଜାର କୋଟି ଟଙ୍କା ଜରିଆରେ ବିଧାୟକ କିଣିବା ପାଇଁ ପ୍ରୟାସ କରାଯାଉଛି, ଏହାର ଅନୁସନ୍ଧାନ କରାଯିବା ଉଚିତ।

ଅତୀତରେ ଆମେ ଏହି କଥା କହିଥିଲୁ ଯେ ଭାଜପା ଏଏପି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି। ମୋତେ ମଧ୍ୟ ଅଫର୍‌ ଦିଆଯାଇଥିଲା। ଏହି ଟଙ୍କା କେଉଁଠୁ ଆସୁଛି? ଅଡିଓରେ ବାରମ୍ବାର ନାମ ନେଉଥିବା ଏହି ବ୍ୟକ୍ତି, ସନ୍ତୋଷ ଜୀ ଏବଂ ଶାହା ଜୀ, କିଏ? ଯଦି ଏହା ଅମିତ ଶାହା, ତେବେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଏପରି ବିଧାୟକ କିଣିବା ଏକ ବଡ଼ ବିପଦ ଜନକ। ଏହାର ଇଡି ସିବିଆଇ ଯାଞ୍ଚ ହେବା ଜରୁରୀ। ଏହି ମାମଲାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାମ ନେଇ ସେ କହିଛନ୍ତି ଯେ ଯଦି ସେ ଏହି ସବୁ ଘଟଣାରେ ସମ୍ପୃକ୍ତ ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ ବୋଲି ସିସୋଡିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri