Categories: ଜାତୀୟ

ନିଲମ୍ବନ ମାମଲା: ରାଜ୍ୟସଭା ସଭାପତିଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ଼ାଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩/୧୧: ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ଏମପି ରାଘବ ଚଡ୍ଡାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଡ୍ଡାଙ୍କୁ କହିଛନ୍ତି। ତେବେ ଦୀପାବଳି ଛୁଟି ପରେ ଆଗାମୀ ୨୦ ନଭେମ୍ବରରେ ମାମଲାର ଶୁଣାଣି କରିବାକୁ କୋର୍ଟ କହିଛନ୍ତି। ସେହିପରି ମାମଲାର ଆଗାମୀ ଘଟଣାକ୍ରମ ସମ୍ପର୍କରେ କୋର୍ଟଙ୍କୁ ସୂଚନା ଦେବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କୁହାଯାଇଛି।

ମାମଲାର ଶୁଣାଣି ପ୍ରଧାନ ବିଚାରପତି କହିଥିଲେ ଆମକୁ ଏହା ଧ୍ୟାନ ରଖିବାକୁ ପଡିବ ଯେ, ରାଘବ ଚଡ୍ଡା ବହୁତ କମ ବୟସର ଏମପି ଏବଂ ଏହା ତାଙ୍କର ପ୍ରଥମ କାର୍ଯ୍ୟକାଳ। ସେ ବିନା ସର୍ତ୍ତରେ କ୍ଷମା ମାଗିନେବେ। ଏଭଳି ଏହି ବିଷୟକୁ ଶେଷ କରିବା ଉଚିତ।

 

Share