Categories: ଜାତୀୟ

‘ଏବେ ଗୁଣ୍ଡାଗର୍ଦ୍ଦି ରାଜନୀତିକୁ ଓହ୍ଲାଇଛି ଭାଜପା’

ନୂଆଦିଲ୍ଲୀ,୩୧।୮: ଗୁଜରାଟରେ ଆମ୍‌ ଆଦମୀ ପାର୍ଟି ନେତା ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଏପି ଏମ୍‌ପି ରାଘବ ଚଢା ଭାଜପାକୁ ଘେରିଛନ୍ତି। ବର୍ତ୍ତମାନ ଭାଜପା ଗୁଣ୍ଡାଗର୍ଦ୍ଦିର ରାଜନୀତି କରିବାକୁ ଓହ୍ଲାଇଛି। ଭାଜପାର ଗୁଣ୍ଡାମାନେ ଏଏପିର ରାଜ୍ୟ ସାଧାରଣ ସମ୍ପାଦକ ମନୋଜଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ବ୍ୟକ୍ତିଗତ ଭାବେ ବୁଧବାର ଗୁଜରାଟ ଯିବେ ବୋଲି ରାଘବ ଟୁଇଟ୍‌ କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ସୁରଟର ସରଥାନା ସିମାଡା ଅଞ୍ଚଳରେ ଏଏପିର ରାଜ୍ୟ ସାଧାରଣ ସମ୍ପାଦକ ମନୋଜଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସୁରଟସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ପାର୍ଟି ଦ୍ୱାରା ଆୟୋଜିତ ଗଣେଶ ମହୋତ୍ସବ ପ୍ରସ୍ତୁତି ଦେଖିବାକୁ ସେ ଯାଇଥିବା ବେଳେ କାର୍‌ରେ ଆସିଥିବା କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଏହାର କିଛି ଫଟୋ ରାଘବ ଟୁଇଟ୍‌ କରିବା ସହ ଭାଜପା ଉପରେ ବର୍ଷିଛନ୍ତି।

ଦେଖନ୍ତୁ ଟୁଇଟ୍‌:

Share