Categories: ଜାତୀୟ

ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ ଏକ ନିନ୍ଦନୀୟ ଆଚରଣ ବୋଲି ବର୍ଣ୍ଣନା କରାଯାଇଛି।

ରାଜ୍ୟ ସଭାରେ ଭାଜପା ଏମ୍‌ପି ପୀୟୁଷ ଗୋୟଲ ରାଘବ ଚଡ୍ଡାଙ୍କ ମାମଲାଙ୍କୁ ନେଇ କହିଛନ୍ତି, ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ, ସଦସ୍ୟଙ୍କ ବିନା ଅନୁମତିରେ ତାଙ୍କ ନାମକୁ କିପରି ତାଲିକାରେ ରଖାଯାଇଛି, ଏହା ବହୁତ ଖରାପ କଥା ଅଟେ।

Share